ସହାୟତା ଦେଲା ବରିଷ୍ଠ ନାଗରିକ ମଞ୍ଚ

ବାଲିଆପାଳ, ୨୦।୪(ସ୍ବ.ପ୍ର)-କରୋନା ମୁକାବିଲା ପାଇଁ ଲଙ୍ଗଳେଶ୍ୱର ଉତ୍କଳମଣି ବରିଷ୍ଠ ନାଗରିକ ମଞ୍ଚ ଲଙ୍ଗଳେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ପରିଷଦର ଉପସଭାପତି ସୁଶାନ୍ତ ବେହେରା, ସମ୍ପାଦକ ପୁରୁଷୋତ୍ତମ ସାହୁ, ସହସମ୍ପାଦକ ବିନୋଦ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ପାତ୍ର, ବଂଶୀଧର ନାୟକ ପ୍ରମୁଖ ବାଲିଅପାଳ ତହସିଲଦାର ଦୀପକ କୁମାର ଦାସଙ୍କୁ ଭେଟି ଚେକ ପ୍ରଦାନ କରିଛନ୍ତି।