ସହାୟତା ଦେଲେ କେନ୍ଦ୍ରମନ୍ତ୍ରୀ

ସୋର,୪ା୫(ଡି.ଏନ.ଏ.)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଲକ୍‌ଡାଉନ୍‌ ସମୟରେ ଅସହାୟ, ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ସେ ୫୬ ବସ୍ତା ଚାଉଳ, ୪୦୦ ପ୍ୟାକେଟ୍‌ ଶୁଖିଲା ଖାଦ୍ୟ, ରାଶନ, ୧୫୦୦ ସାବୁନ ଓ ଏକ ପେଟି ମାସ୍କ ପ୍ରଦାନ କରିଛନ୍ତି। ସୋର ଭାଜପା ନେତା ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ସୋର ଏବଂ ବାହାନଗା ବ୍ଲକର କେଶରୀପୁର, ଦାଣ୍ଡହରିପୁର, ଗୋପୀନାଥପୁର, ଜଡ଼ିଦା, ଓଡ଼ଶାଳ, ସାଶଂଖ, ପଣ୍ଡାଶୁଣୀ ପଞ୍ଚାୟତରେ ଏହା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ ଶ୍ରୀକାନ୍ତ ସାହୁ, ରାଜାରାମ ମହାପାତ୍ର, ଶ୍ରୀଧର ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପଣ୍ଡା, ଗଣେଶ ପଣ୍ଡା, ଭଜହରି ପୃଷ୍ଟି, ଈଶ୍ୱର ବେହେରା, ମାଧବ ଧଡ଼ା, ସନ୍ତୋଷ କୁମାର ସାହୁ, ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ସହାୟତା କରିଥିଲେ। କେଶରୀପୁର ଗ୍ରାମର ସୁଶାନ୍ତ ସାହୁ, ସୋର ପୌରପରିଷଦର ସାକିମ ଖାନ୍‌ ଓ ସିଦ୍ଧାର୍ଥ ବେହେରା ଏକ ହଜାର ଲେଖାଏଁ ମାସ୍କ ଦାନ କରିଛନ୍ତି।