ଦିଗପହଣ୍ଡି,୧୫ା୪(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ଟ୍ୟାକ୍ସି ଚାଳକଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି। ଏପ୍ରିଲ ୧୫ରୁ ସ୍ଥିତି ସ୍ବାଭାବିକ ହେବା ନେଇ ସେମାନେ ଆଶା ରଖିଥିବାବେଳେ ପୁଣି ମେ’ ୩ ଯାଏ କଟକଣା ବଢିଛି। ସରକାର ଷ୍ଟ୍ରିଟ ଭେଣ୍ଡର, ନିର୍ମାଣ ଶ୍ରମିକ, ରାଶନକାର୍ଡ ଧାରୀ ତଥା ଗରିବ ଲୋକଙ୍କ ଜୀବନଜୀବିକା ଉପରେ ଯେଭଳି ଦୃଷ୍ଟି ଦେଇଛନ୍ତି ଟ୍ୟାକ୍ସି ଚାଳକଙ୍କ ପ୍ରତି ଦୃଷ୍ଟିଦେଇ ସହାୟତା ପ୍ରଦାନ କରିବାକୁ ସଂଘ ଗଞ୍ଜାମ ଜିଲାପାଳଙ୍କୁ ଅନୁରୋଧ କରିଛି। ସଂଘ ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ଟ୍ୟାକ୍ସି ଚାଳକ ସ୍ଥାନୀୟ ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।