Categories: ଖେଳ

ସାଂଘାଇ ଡାଇମଣ୍ଡ ଲିଗ୍‌: କୋଲମ୍ୟାନଙ୍କୁ ପଛରେ ପକାଇଲେ ଲାଇଲ୍ସ

ସାଂଘାଇ, ୧୮ା୫ (ଏଏଫ୍‌ପି)- ନୋଆ ଲାଇଲ୍ସ ଏଠାରେ ଚାଲିଥିବା ସାଂଘାଇ ଡାଇମଣ୍ଡ ଲିଗ୍‌ ୧୦୦ ମିଟର ରେସ୍‌ ଜିତିଛନ୍ତି। ଆମେରିକାର ଖ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୦.୦୦୬ ସେକେଣ୍ଡ ବ୍ୟବଧାନରେ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଲାଇଲ୍ସ ୯.୮୬ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ, ଯାହାକି ଚଳିତ ବର୍ଷର ଶ୍ରେଷ୍ଠ ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ। ଆଗକୁ ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ଟୋକିଓ ଅଲିମ୍ପିକ୍ସରେ ତାଙ୍କଠାରୁ ଭଲ ଆଶା କରାଯାଉଛି। ୨୧ ବର୍ଷୀୟ ନାଇଲ୍ସ ନୂଆପୀଢି ଆମେରିକୀୟ ସ୍ପ୍ରିଣ୍ଟରମାନଙ୍କ ମଧ୍ୟରେ ଅନ୍ୟତମ ରେସ୍‌ରେ ଦକ୍ଷିଣ ଆଫ୍ରିକାର ଆକାନି ସିମ୍ବିନେ ତୃତୀୟ ଏବଂ ଗତବର୍ଷର ସାଂଘାଇ ବିଜେତା ବ୍ରିଟେନର ରିସେ ପ୍ରେସ୍‌କୋଡ୍‌ ଚତୁର୍ଥ ହୋଇଥିଲେ।

Share