ସାଂସଦ ପାଣ୍ଠିରୁ ସବୁ ଭାଜପା ଏମ୍‌ପି କୋଟିଏ ଦେବେ

ନୂଆଦିଲ୍ଲୀ,୨୯ା୩: କରୋନା ଭାଇରସ୍‌ର ମୁକାବିଲା କରିବା ଲାଗି ସମସ୍ତ ଭାଜପା ଏମ୍‌ପି ସେମାନଙ୍କ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ ବାର୍ଷିକ ବିକାଶ ପାଣ୍ଠି(ଏମ୍‌ପି ଲ୍ୟାଡ୍‌)ରୁ କୋଟିଏ ଟଙ୍କା ଲେଖାଏ କେନ୍ଦ୍ରୀୟ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଘୋଷଣା କରିଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ଦଳର ସମସ୍ତ ଏମ୍‌ପି ଓ ବିଧାୟକମାନେ ସେମାନଙ୍କ ଗୋଟିଏ ମାସର ଦରମା ମଧ୍ୟ ଏଥିଲାଗି ଦାନ କରିବେ। ପ୍ରକାଶଥାଉ କି, ଏବେ ଭାଜପାର ୩୮୬ ଏମ୍‌ପି ଅଛନ୍ତି। ସେମାନଙ୍କ ମଧ୍ୟରୁ ଲୋକ ସଭାରେ ୩୦୩ ଓ ରାଜ୍ୟ ସଭାରେ ୮୩ ସଦସ୍ୟ ଅଛନ୍ତି। ପ୍ରତିବର୍ଷ ବାର୍ଷିକ ବିକାଶ ପାଣ୍ଠି(ଏମ୍‌ପି ଲ୍ୟାଡ୍‌) ବାବଦ ପ୍ରତ୍ୟେକ ଏମ୍‌ପିଙ୍କୁ ନିଜ ଅଞ୍ଚଳର ବିକାଶ ଲାଗି ୫ କୋଟି ଟଙ୍କାର ଅନୁଦାନ ମିଳିଥାଏ। ବିଭିନ୍ନ କ୍ଷେତ୍ରରୁ ସହଯୋଗ ମିଳିଲେ ସରକାର କରୋନା ଭାଇରସ୍‌ର ମୁକାବିଲା କରିବାରେ ସଫଳ ହୋଇପାରିବେ ବୋଲି ନଡ୍ଡା କହିଛନ୍ତି।

Share