ପୋଲସରା,୨୦ା୫(ଡି.ଏନ.ଏ.)- ପୋଲସରା ଇଚ୍ଛାପୁର ଗ୍ରାମର ଅରୁଣ ନାୟକ ତାମିଲନାଡୁର ଅମ୍ବାଟୁରରୁ ସାଇକେଲରେ ଆସି ସୋମବାର ନିଜ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅମ୍ବାଟୁରର ଏକ କମ୍ପାନୀରେ ଅରୁଣ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁ କାମ ବନ୍ଦ ପରେ ଚଳିବାକୁ ଅସୁବିଧା ହୋଇଥିଲା। ଅର୍ଥ ସରିଯିବାରୁ ସେ ସାଇକେଲ ଯୋଗେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଦୀର୍ଘ ୮ଦିନ ସାଇକେଲ ଚଳାଇ ସେ ପୋଳସରା ଅଞ୍ଚଳରେ ପହଞ୍ଚତ୍ଥିଲେ। ସେଠାରୁ ତାଙ୍କ ଘର ଆହୁରି ୨୫କିମି ଥିବାବେଳେ ଥକି ପଡିବାରୁ ଆଉ ଯାଇ ପାରି ନ ଥିଲେ। ଖବର ପାଇ ପୋଲସରା ବ୍ଲକର କୋଭିଡ-୧୯ର ନୋଡାଲ ଅଫିସର ଅଶ୍ୱିନୀ କୁମାର ସାହୁ ଓ ସରପଞ୍ଚ ପ୍ରତିନିଧି ଲଡୁ କିଶୋର ସାହୁ ତାଙ୍କୁ ନେଇ ସାନବରଗାଁ ସ୍ଥିତ ସଙ୍ଗରୋଧ ଗୃହରେ ରଖିଥିଲେ।