ସାଇକେଲରେ ପଶ୍ଚିମବଙ୍ଗ ଫେରୁଥିବା ୪ ଶ୍ରମିକ କ୍ୱାରାଣ୍ଟାଇନରେ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗ ବିଭୂପୁରମ ଜିଲାାର ୪ଜଣ ଶ୍ରମିକ ୨ ମାସ ହେଲା ଆସି ଗଞ୍ଜାମ ଜିଲା ହିଞ୍ଜିଳିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଲକ୍‌ଡାଉନ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାପରେ ଏମାନେ ବହୁ କଷ୍ଟରେ ରହୁଥିଲେ। ଶେଷରେ ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ ପୁରୁଷୋତ୍ତମପୁର ସହର ଗଡସାହି ଛକ ନିକଟରେ ପୂର୍ବତନ କାଉନ୍‌ସିଲର ଅଶୋକ କୁମାର ମହାଙ୍କୁଡ, ଜୀବନ ନାୟକ ଓ ଭାସ୍କର ନାୟକ ଦେଖି ଅଟକାଇବା ସହ ପୁରୁଷୋତ୍ତମପୁର ତହସିଲଦାର ଓ ପୋଲିସକୁ ଜଣାଇଥିଲେ। ଏନ୍‌ଏସି କର୍ତ୍ତୃପକ୍ଷ ପହଞ୍ଚତ୍ ସେମାନଙ୍କୁ ଆଣି ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ କରାଯାଇଥିବା କ୍ବାରାଣ୍ଟାଇନ ସେଣ୍ଟରରେ ରଖିଥିବା ନିର୍ବାହୀ ଅଧିକାରୀ ଏ. ନାଗେଶ୍ୱର ରାଓ କହିଛନ୍ତି।

Share