ସାଇକେଲରେ ବିହାର ଗଲେ ୧୦ ଶ୍ରମିକ

ବରଗଡ଼ ଅଫିସ୍‌,୨।୫
ଲକ୍‌ ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବଢ଼ିଯାଇଛି । ରୋଜଗାର ବନ୍ଦ ହୋଇ ପଡ଼ିଥିବାବେଳେ ସେମାନେ ଘରକୁ ଫେରିପାରୁ ନାହାନ୍ତି । ଅନ୍ୟପଟେ ସେମାନେ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗାଡ଼ି ମୋଟର, ରେଳ ଚଳାଚଳ ବନ୍ଦ ଥିବାରୁ ଶ୍ରମିକମାନେ ଚାଲିଚାଲି କିମ୍ବା ସାଇକେଲ ଯୋଗେ ଘରକୁ ଫେରୁଥିବା ପରିଲକ୍ଷିତ ହୋଇଛି । ଏଭଳି ଭାବେ ଶନିବାର ବଲାଙ୍ଗୀର ଜିଲା ହରିଶଙ୍କର ଅଞ୍ଚଳରୁ ବିହାର ରାଜ୍ୟର ନିଜ ଘରକୁ ୧୦ଜଣ ଶ୍ରମିକ ସାଇକେଲ ଯୋଗେ ଫେରୁଥିବା ଦେଖିବାକୁ ମିଳିଥିଲା। ସେମାନେ ଫେରିବା ବାଟରେ ବରଗଡ଼ରେ ଭାଜପା ନେତା, କର୍ମୀମାନେ ସେମାନଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନେଇ ସେମାନଙ୍କୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ସହିତ ରାଶନ ସାମଗ୍ରୀ ପ୍ରଦାନ କରିଥିଲେ। ଏହାପରେ ସମ୍ପୃକ୍ତ ଶ୍ରମିକମାନେ ସାଇକେଲ ଯୋଗେ ପୁଣି ବିହାର ଅଭିମୁଖେ ଯାତ୍ରା କରିଥିଲେ ।

Share