Categories: ଜାତୀୟ

ସାଇକେଲରେ ଶପଥ ଗ୍ରହଣ ଉତ୍ସବକୁ ଯିବେ ଏହି ଏମପି

ନୂଆଦିଲ୍ଲୀ,୩୦।୫: ଲେକା ସଭା ନିର୍ବାଚନରେ ଭାଜପା ନେତୃତ୍ୱଧୀନ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବା ପରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳି ସରକାର ଗଠନ କରିବାକୁ ଯାଉଥଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନରେ ମୋଦି ନୂଆ ମନ୍ତ୍ରୀ ପରିଷଦ ସହ ଶପଥ ଗ୍ରହଣ କରିବେ। ଏଥିପାଇଁ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି। ଏପହାପୂବରୁ ଭାଜପାର ଏମ୍‌ପି ମନସୁଖ୍‌ ଲାଲ ମଣ୍ଡାଭିଆ ଶପଥ ଗ୍ରହଣ ଉତ୍ସବକୁ ସାଇକେଲ ଚଳାଇ ଯିବା ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ମୋଦି ଏବଂ ଅମିତ ଶାହ ଜୀ ମୋ ଉପରେ ଭରସା ରଖି ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ଫୋନ୍‌ କରିଛନ୍ତି। ମୁଁ ତାଙ୍କୁ ଧନ୍ୟବାଦ୍‌ ଦେଉଛି ବୋଲି ମଣ୍ଡାଭିଆ କହିଛନ୍ତି। ସାଇକେଲ ଚଳାଇ ରାଷ୍ଟ୍ରପତି ଭବନ ଯିବା କୌଣସି ଫ୍ୟାଶନ୍‌ ନୁହେଁ, ଏହା ମୋ ଅଭ୍ୟାସ। ମୁଁ ସଂସଦକୁ ସବୁବେଳେ ସାଇକେଲ ଚଲାଇ ଯାଏ। ଏହାଦ୍ୱାରା ଇନ୍ଧନ ବଞ୍ଚତ୍ବା ସହ ପରିବେଶ ସୁରକ୍ଷିତ ପାଇଁ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି।

Share