ସାଇକେଲ୍‌କୁ ଧକ୍କା ଦେଲା କାର୍‌: ୨ ଛାତ୍ର ମୃତ

ଭଦ୍ରକ ଅଫିସ,୧୦।୯: ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୁଆଁସ ଗାଁର ୮ମ ଶ୍ରେଣୀ ଛାତ୍ର ସୁମିତ ସାହୁ ଓ କୁଆଁସରେ ଭଡାରେ ରହୁଥିବା ୧୦ମ ଶ୍ରେଣୀ ଛାତ୍ର ଶୁଭଙ୍କର ମଲ୍ଲିକ।
ସୂଚନାଯୋଗ୍ୟ, ସୁମିତ ଓ ଶୁଭଙ୍କର ୨ ଟି ସାଇକେଲ୍‌ ଯୋଗେ ରାଜପଥକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ୨ ସାଇକେଲ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ ଫେରାର ଥିବା ଜଣାପଡିଛି।

Share