ରାୟଗଡ଼ା ଅଫିସ,୨୩ା୪: ଗୁରୁବାର ଭୋର୍ ସମୟରେ ୮ ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଏହି ଶ୍ରମିକମାନେ ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ କୋରାପୁଟ ଜିଲା ଦାମନଯୋଡ଼ି ଅଞ୍ଚଳରେ ଶ୍ରମିକ ଭାବେ ଦୀର୍ଘଦିନ ହେଲା କାମ କରି ଆସୁଥିଲେ। ଏହି ଶ୍ରମିକମାନେ ୨୧ ତାରିଖ ରାତି ୩ଟାରୁ ସାଇକେଲ ଯୋଗେ ନିଜର ଗ୍ରାମ ନୟାଗଡ଼ ଯିବl ସମୟରେ ୨୩ ତାରିଖ ଗୁରୁବାର ଭୋର ୫ଟାରେ ରାୟଗଡ଼ା ପୋଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରି ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ପରେ ବିଭାଗ ତାଙ୍କୁ କ୍ୱାରାଣ୍ଟାଇନ୍ରେ ରଖିଛି।
Posted inଆମ ଜିଲା ଖବର, ରାୟଗଡା