ନୂଆଦିଲ୍ଲୀ,୩।୬: ଚାନ୍ଦିନୀ ଚୌକ ଏମ୍ପି ଡା. ହର୍ଷବର୍ଦ୍ଧନ ସୋମବାର ପ୍ରଥମ ଦିନରେ ନିର୍ମାଣ ଭବନ ଯାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓ୍ବାର୍ଲଡ ବାଇସାଇକେଲ ଡେ’ ଅବସରରେ ସେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟକୁ ଯାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେଠାରେ ପହଞ୍ଚିବା ପରେ ଉପସ୍ଥିତ କର୍ମଚାରୀମାନେ ହର୍ଷବର୍ଦ୍ଧନଙ୍କୁ ଫୁଲତୋଡା ଦେଇ ସ୍ବାଗତ ଜଣାଇଥିଲେ।