ସାଇକେଲ ଚୋରକୁ ୩ ବର୍ଷ ଜେଲ୍‌

ବ୍ରସେଲ୍ସ୍‌,୬।୨: ସାଇକେଲ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ବେଲଜିୟମ୍‌ର ଅଦାଲତ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଜଜ୍‌ କହିଛନ୍ତି ଯାହାର ସାଇକେଲ ଚୋରି ହୋଇଥିଲା ସେ ବ୍ୟକ୍ତି ଜଣକ ବାଧ୍ୟ ହୋଇ କାର୍‌ ଚଳାଇଲେ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ସୃଷ୍ଟି ହୋଇଛି। ଜଜ୍‌ ଏହାକୁ ଇକୋଲୋଜିକାଲ୍‌ କ୍ରାଇମ୍‌ ଭାବେ ସୂଚିତ କରି ଚୋରକୁ ବିରୋଧରେ ରାୟ ଦେଇଛନ୍ତି। ୪୦ ବର୍ଷ ବୟସ୍କ ଚୋର ୪୪ ଥର ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଇତିମଧ୍ୟରେ ୧୨ ବର୍ଷ ଜେଲ୍‌ରେ ବିତାଇ ସାରିଛନ୍ତି। ସେ ୨୦୧୮ ଅକ୍ଟୋବରରେ ବ୍ରସେଲ୍ସ୍‌ରୁ ସାଇକେଲ ଚୋରି କରିଥିଲେ। ପରିବେଶ ପ୍ରଦୂଷଣରେ ତାଙ୍କର ଭୂମିକା ଥିବାରୁ ଜଜ୍‌ ଏଭଳି ଦଣ୍ଡାଦେଶ କରିଛନ୍ତି। ସୂଚନାଯୋଗ୍ୟ, ବେଲଜିୟମ୍‌ର ଜନସଂଖ୍ୟା ଏକ କୋଟି ୧୪ ଲକ୍ଷ ଥିବାବେଳେ ଏହାର ୯୦ ପ୍ରତିଶତ ଲୋକ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସାଇକେଲ୍‌ ବ୍ୟବହାର କରିଥାନ୍ତି।

Share