Categories: ଖେଳ

ସାଇକ୍ଲିଷ୍ଟ ଆଲବେନଙ୍କୁ ସ୍ବର୍ଣ୍ଣ

ବର୍ଲିନ,୨୮।୧(ପି.ଟି.): ଭାରତୀୟ ସାଇକ୍ଲିିଷ୍ଟ ଇସୋ ଆଲବେନ ବର୍ଲିନ ଟୁର୍ନାମେଣ୍ଟର ପୁରୁଷ କେଇରିନ ଇଭେଣ୍ଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୮ ବର୍ଷୀୟ ସାଇକ୍ଲିିଷ୍ଟ ପୋଡିୟର ଶୀର୍ଷସ୍ଥାନ ଅଧିକାର କରିବା ସହ ୨୦ କ୍ଲାସିଫିକେଶନ ପଏଣ୍ଟ ହାତେଇଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଥିବା ଚେକ ଗଣତନ୍ତ୍ରର ଥୋମାସ ବାବେକ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଅର୍ଜନ କରିଥିଲେ। ଜର୍ମାନୀର ମ୍ୟାକ୍ସିମିଲିଆନ ଲେଭଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଏହି ୬ ଦିନିଆ ପ୍ରତିଯୋଗିତାରେ ଆଲବେନ ଦ୍ୱିତୀୟ ଦିନରେ ବ୍ରୋଞ୍ଜ ଓ ୪ର୍ଥ ଦିନରେ ରୌପ୍ୟ ପଦକ ଜିତିଥିଲେ। ଏହି ଇଭେଣ୍ଟର ପ୍ରତ୍ୟେକ ଦିନ ସମସ୍ତ ସାଇକ୍ଲିିଷ୍ଟ ଅଂଶଗ୍ରହଣ କରନ୍ତି।

Share