ସାଇନପଡ଼ା ସମିତି ସଭ୍ୟ ନିର୍ବାଚନ: ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ

କ.ନୂଆଗାଁ, ୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାଇନପଡ଼ା ସମିତି ସଭ୍ୟ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ସମିତିସଭ୍ୟ ଚକ୍ରମଣି କହଁର ବିଧାୟକଭାବେ ନିର୍ବାଚିତ ହେବାରୁ ଉକ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ସମିତି ସଭ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ନିର୍ବାଚନ ଅଧିକାରୀ ତଥା ବିଡିଓ ମନୋଜ କୁମାର ତ୍ରିପାଠୀ ଯାଞ୍ଚକରି ବଳରାମ ମଲିକଙ୍କୁ ଅପ୍ରତିନ୍ଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ବଳରାମ, ବିଧାୟକ ଚକ୍ରମଣି କହଁର, ଜିଲା ସମ୍ପାଦକ କୃଷ୍ଣମୋହନ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବ୍ଲକ ସଭାପତି ବାସୁଦେବ ପଣ୍ଡା, ସାଇନପଡ଼ା ସରପଞ୍ଚ କୁମୁଦ ଚନ୍ଦ୍ର ମଲିକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share