Advertisement

ସାଇନସ ସମସ୍ୟାର ଘରୋଇ ଉପଚାର

ସାଇନସ୍‌ ଏକ ଶ୍ୱାସଜନିତ ସମସ୍ୟା। ସାଧାରଣତଃ ବ୍ୟାକ୍ଟେରିଆ, ଫଙ୍ଗଲ ଇନଫେକଶନ, ନାକରେ ହାଡ ବଢ଼ି ତେଢ଼ା ହୋଇଯିବା, ପ୍ରଦୂଷଣ ଯୋଗୁଁ ଏହା ହୋଇଥାଏ। ବିଶେଷଭାବରେ ଥଣ୍ଡା ପବନ, ଧୂଳି, ଧୂଅଁା ସଂସ୍ପର୍ଶରେ ଆସିଲେ ଏହି ସମସ୍ୟା ଆହୁରି ବଢ଼ିଯାଇଥାଏ। ଏହାର କେତେକ ଲକ୍ଷଣ ରହିଛି। ସାଇନସ୍‌ର ପ୍ରମୁଖ ଲକ୍ଷଣ ହେଲା-ମୁଣ୍ଡ ପ୍ରବଳ ଦରଜ ହେବା, ଜ୍ୱର ଆସିବା, ନାକରେ କଫ ଆସିବା ଏବଂ ଦାନ୍ତ ଦରଜ ହେବା। ଏହାର କେତୋଟି ଘରୋଇ ଉପଚାର ରହିଛି। ପୋଦିନା,ଲେମ୍ବୁ ରସ, ଲବଙ୍ଗ ତେଲକୁ ଉଷୁମ କରନ୍ତୁ। ଏହି ମିଶ୍ରଣକୁ ନାକ ଏବଂ କପାଳରେ ମାଲିସ କରନ୍ତୁ। ଅଦା, ତୁଳସୀ,ଲବଙ୍ଗ, ଅଳେଇଚ ମିଶ୍ରିତ ଚା’ ପିଅନ୍ତୁ। ଟମାଟୋ, ରସୁଣ ପେଷ୍ଟ କରି ସେଥିରେ ଅଳ୍ପ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ପାଣି ମିଶାଇ ଉଷୁମ କରି ସୁପ ଆକାରରେ ପିଅନ୍ତୁ। ଉପସମ ମିଳିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel