ସାଇବର ଅପରାଧ ରୋକିବା ସମ୍ବନ୍ଧରେ ସଚେତନତା କରାଇଲେ ଏନସିସି ଛାତ୍ରୀଛାତ୍ର

ଛତ୍ରପୁର, ୧୪।୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଅବସରରେ ଷ୍ଟୁଡେଣ୍ଟ ପୋଲିସ କେଡେଟ(ଏନସିସି)ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ପୋଲିସ ଡିଏସପି ମମତା ନାୟକ, ଛତ୍ରପୁର ଏସଡିପିଓ ଗୌର ହରି ସାହୁ, ସର୍ଜେଣ୍ଟ ବିବେକାନନ୍ଦ ନାୟକ, ଏସ ଆଇ କିରଣ ଚନ୍ଦ୍ର ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସାଇବର ଅପରାଧ ରୋକିବା , ସଡ଼କ ସୁରକ୍ଷା ନିୟମ ମାନି ଚଳିବା , ପୋସ୍କୋ ଲିଗାଲ ଆଇନ, ଗୁଣି ଗାରେଡିକୁ ରୋକିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ‘କିଛି ହେବନି ତ ’ନାମକ ଏକ ନାଟକ ଭିଡିଓ ପ୍ରଦର୍ଶନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ପରିଚାଳନାରେ ସହଯୋଗ କରିଥିଲେl

Share