Categories: ଖେଳ

ସାଇବର କ୍ରାଇମ ଶିକାର ହେଲେ ପୂର୍ବତନ ଅଷ୍ଟ୍ରେଲିଆ କୋଚ୍‌

ସିଡ୍‌ନୀ,୮।୧- ଅଷ୍ଟ୍ରେଲିଆର ପୂର୍ବତନ କୋଚ୍‌ ଡାରେନ ଲିମ୍ୟାନ ସାଇବର କ୍ରାଇମ ଶିକାର ହୋଇଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରିଦିଆଯାଇଛି। ଆକାଉଣ୍ଟର ନାମ ପରିବର୍ତ୍ତନ କରି କାସିମ ସୁଲେମାନି କରାଯିବା ସହ ସେଥିରେ ଆମେରିକା ଓ ଇରାନ ବିବାଦ ସମ୍ପକିତ କିଛି ଟୁଇଟ୍‌ ମଧ୍ୟ କରାଯାଇଛି। ଲେମାନ ବର୍ତ୍ତମାନ ବିଗ୍‌ ବାଶ ଲିଗ୍‌ ଫ୍ରାଞ୍ଚାଇଜ ବ୍ରିସବେନ ହିଟ୍‌ ମୁଖ୍ୟ କୋଚ୍‌ ପଦରେ ଅଛନ୍ତି। ସେ ଅନ୍ତିମ ଥର ସାଥୀ ଖେଳାଳି ଶେନ ଓ୍ବର୍ନଙ୍କ ଟୁଇଟର ରିଟୁଇଟ କରିଥିଲେ। ହ୍ୟାକର ଏକ ଟୁଇଟ୍‌ରେ ହ୍ୟାକ କରିଥିବା ଉଲ୍ଲେଖ କିରଛନ୍ତି।

Share