Categories: ଜାତୀୟ

ସାଇବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଶିରିଡି,୧୯।୧: ଆଜି ଶିରିଡି ବନ୍ଦ ଥିବା ବେଳେ ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି। ସକାଳୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡିରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବୋଲି କହିବା ପରେ ବିବାଦ ଉପୁଜିଥିଲା। ଶନିବାର ଶୁଣିବାକୁ ମିଳିଥିଲା କି ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ରହିବ। ଏହାକୁ କିନ୍ତୁ ମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଏହା ଗୁଜବ ବୋଲି କହିଥିଲା ମନ୍ଦିର ପ୍ରଶାସନ। ତେଣୁ ରବିବାର ଶିରିଡି ବନ୍ଦ ଥିଲେ ମଧ୍ୟ ବାବାଙ୍କ ଦର୍ଶନ କରିବାରେ କୌଣସି ଅବସୁବିଧା ନ ଥିବା ଜଣାପଡିଛି।

Share