Categories: ମେଟ୍ରୋ

ସାଉଥକୋ, ଓ୍ବେସ୍‌କୋ, ନେସ୍‌କୋ ପାଇଁ ନିଯୁକ୍ତ ହେଲେ ସ୍ଥାୟୀ ଅଧିକାରୀ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପରିଚାଳନା ଦାୟିତ୍ୱ ରିଲାଏନ୍ସ ଏନର୍ଜି ହାତରୁ ଯିବା ପରେ ସାଉଥକୋ, ଓ୍ବେସ୍‌କୋ ଓ ନେସ୍‌କୋ ଗ୍ରୀଡ୍‌କୋ ଅଧୀନରେ ରହି ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି)ଙ୍କ ନିର୍ଦ୍ଦେଶରେ ୩ ଜଣ ଅସ୍ଥାୟୀ ଅଥରାଇଜ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏଥିଯୋଗୁ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡିକରେ ବହୁ ସମସ୍ୟା ଦେଖା ଦେଉଥିଲା। ସେହି ଅଧିକାରୀମାନେ କମ୍ପାନୀଗୁଡିକ ପାଇଁ ପୂରା ସମୟ ଦେଉ ନ ଥିଲେ। ଉକ୍ତ ପଦବୀଗୁଡିକୁ ସ୍ଥାୟୀ କରିବାକୁ ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଗ୍ରୀଡ୍‌କୋକୁ ଚିଠି ଲେଖିଥିଲେ। ଶେଷରେ ଗ୍ରୀଡ୍‌କୋ ପକ୍ଷରୁ ଡିଏମ୍‌ୟୁ ମୁଖ୍ୟ ଭାବେ ଈଶ୍ୱର ଆଶିଷ ପାଟିଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସାଉଥକୋ ପାଇଁ ପି.କେ. ସାହୁ, ନେସ୍‌କୋ ପାଇଁ ସବ୍ୟସାଚୀ ପାଢୀ ଏବଂ ଓ୍ବେସ୍‌କୋ ପାଇଁ ତାପସ ପଟ୍ଟନାୟକଙ୍କୁ ସ୍ଥାୟୀ ଅଥରରାଇଜ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଗ୍ରୀଡ୍‌କୋ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ନିଯୁକ୍ତିକୁ ମହାସଂଘ ପକ୍ଷରୁ ସ୍ବାଗତ କରାଯାଇଛି। ଏହାଦ୍ୱାରା ବିଦ୍ୟୁତ୍‌ ବଣ୍ଟନ ଜନିତ କ୍ଷତିକୁ କମ କରାଯାଇ ପାରିବ ବୋଲି ତ୍ରିପାଠୀ କହିଛନ୍ତି।

Share