Categories: ଖେଳ

ସାଉଥ୍‌ ଏସିଆନ୍‌ ଗେମ୍ସ: ଭଲିବଲ୍‌ ସେମିରେ ଭାରତୀୟ ପୁରୁଷ, ମହିଳା

କାଠମାଣ୍ଡୁ, ୩୦।୧୧(ପି.ଟି.)- ଏଠାରେ ଚାଲିଥିବା ସାଉଥ ଏସିଆନ୍‌ ଗେମ୍ସର ୧୩ତମ ସଂସ୍କରଣରେ ଶୁକ୍ରମାର ଭାରତୀୟ ପୁରୁଷ ଓ ମହିଳା ଭଲିବଲ୍‌ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ଘରୋଇ ନେପାଳକୁ ୨୫-୧୫, ୨୫- ୧୩, ୨୫- ୧୬ରେ ପରାସ୍ତ କରି ଗ୍ରୁଏ ଏ’ର ଶୀର୍ଷ ସ୍ଥାନ ଅଧିକାର କରିବା ସହ ସେମିକୁ ଉଠିଛି। ଅନ୍ୟପଟେ ମହିଳା ଦଳ ବାଂଲାଦେଶକୁ ୨୫-୮, ୨୫-୧୧, ୨୫-୯ରେ ପରାସ୍ତ କରିଛି। ଶିନିବାର ମହିଳା ଦଳ ସେମିରେ ମାଲଦୀପକୁ ଭେଟିବ।

Share