Categories: ଖେଳ

ସାଉଥ୍‌ ଏସିଆନ୍‌ ଗେମ୍ସ: ଭାରତୀୟ ମହିଳା ଫୁଟ୍‌ବଲ ଦଳକୁ ହ୍ୟାଟ୍ରିକ ସ୍ବର୍ଣ୍ଣ

ପୋଖରା (ନେପାଳ),୧୦।୧୨ (ପି.ଟି.)- ଏଠାରେ ଚାଲିଥିବା ସାଉଥ୍‌ ଏସିଆନ୍‌ ଗେମ୍ସ (ସାଗ୍‌)ର ମହିଳା ଫୁଟ୍‌ବଲରେ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୨-୦ ଗୋଲରେ ଘରୋଇ ନେପାଳକୁ ପରାସ୍ତ କରିଥିଲା। ଏଥିସହ ସାଗ୍‌ରେ ଭାରତୀୟ ମହିଳା ଫୁଟ୍‌ବଲ ଦଳ ଲଗାତର ୩ୟ ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ ସଫଳତା ପାଇଛି। ଭାରତୀୟ ଦଳ ପକ୍ଷରୁ ବାଲା ଦେବୀ ୨ଟି ଯାକ ଗୋଲସ୍କୋର କରି ଦଳକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୯ ବର୍ଷୀୟା ବାଲା ଦେବୀ ମ୍ୟାଚ୍‌ର ଉଭୟାର୍ଦ୍ଧରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ପ୍ରଥମ ଓ ୫୪ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ହୋଇଥିଲା। ଏଥିସହ ସେ ପ୍ରତିଯୋଗିତାରେ ମୋଟ୍‌ ୪ ମ୍ୟାଚ୍‌ ଖେଳି ୫ ଗୋଲ ଦେବା ସହ ସର୍ବାଧିକ ଗୋଲ ସ୍କୋରର ହୋଇଛନ୍ତି। ସେହିଭଳି ଭାରତୀୟ ଦଳର ଗୋଲକିପର ଆଦିତି ଚୌହାନ ମଧ୍ୟ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟରେ ସେ ଗୋଟିଏ ବି ଗୋଲବରଣ କରିନାହାନ୍ତି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଜବାମଣି ଟୁଡୁ ସ୍ଥାନ ପାଇଛନ୍ତି।

Share