ସାଉଥ୍‌ କାରୋଲିନା ପ୍ରାଇମେରି ଜିତିଲେ ଜୋ ବିଡେନ

କଲମ୍ବିଆ,୨ା୩: ଆଫ୍ରିକୀୟ ଆମେରିକୀୟମାନଙ୍କ ସମର୍ଥନ ବଳରେ ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ଶନିବାର ଅନୁଷ୍ଠିତ ସାଉଥ କାରୋଲିନା ଡେମୋକ୍ରାଟିକ୍‌ ପ୍ରାଇମେରିକୁ ସହଜରେ ଜିତିଯାଇଛନ୍ତି। ଫଳରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଦଳର ଅନ୍ୟତମ ଆଶାୟୀ ବେର୍ନି ସାଣ୍ଡର୍ସଙ୍କ ବିଜୟ ଧାରାରେ ରୋକ୍‌ ଲାଗିଛି। ଏହି ବିଜୟ ବିଡେନଙ୍କ ପାଇଁ ଅତି ଜରୁରୀ ଥିଲା। ଏବେ ସୁପର ଟିଉଜ୍‌ଡେ ଉପରେ ସମସ୍ତଙ୍କ ନଜର ରହିଛି। ସାଉଥ କାରୋଲିନା ବିଜୟ ତାଙ୍କୁ ସାଣ୍ଡର୍ସଙ୍କ ବିକଳ୍ପ ଭାବେ ପ୍ରତିଷ୍ଠିତ କରିବାକୁ ଯଥେଷ୍ଟ ହେବ ବୋଲି ବିଡେନ ଆଶା କରୁଛନ୍ତି। ବିଡେନଙ୍କର ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲେ ନ୍ୟୁୟର୍କ ସହରର ପୂର୍ବତନ ମେୟର ମାଇକ ବ୍ଲୁମବର୍ଗ। ବିଶ୍ୱର ଅନ୍ୟତମ ଧନୀ ବ୍ଲୁମ୍‌ବର୍ଗ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ୫୦ କୋଟି ଡଲାରରୁ ଅଧିକ ଖର୍ଚ୍ଚ କରିସାରିଲେଣି।

Share