ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ କନ୍ନଡ ଫିଲ୍ମ ଜରିଆରେ ଦର୍ଶକଙ୍କ ନିକଟକୁ ଫେରିବେ ବୋଲି ଜଣାପଡିଛି। ସୁନିଲ ଓ ସାଉଥ୍‌ ସୁପରଷ୍ଟାର ସୁଦିପଙ୍କ ଅଭିନୀତ ଫିଲ୍ମ ‘ପହଲଓ୍ବାନ’ର ଟିଜରକୁ ଦେଖି ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ସେପ୍ଟେମ୍ବର ୧୨ରେ ଏହା ପରଦାକୁ ଆସିବ ବୋଲି ସୂଚନା ମିଳିଛି। ଏହି ଆକ୍ସନ ଡ୍ରାମା ଓ କମେଡି ଫିଲ୍ମ ଭାରତରେ ପାଖାପାଖି ୨୫ଶହ ସ୍କ୍ରିନରେ ଏକାସହ ରିଲିଜ୍‌ ହେବାର ଯୋଜନା ରହିଛି। ଯଦି ଏପରି ହୁଏ ତେବେ ପ୍ରଥମ କନ୍ନଡ ଫିଲ୍ମ ଭାବେ ଏକାସଙ୍ଗେ ଏତେ ଗୁଡିଏ ସ୍କ୍ରିନରେ ରିଲିଜ ହେବାରେ ଏହା ରେକର୍ଡ କରିବ। ଏହାକୁ ହିନ୍ଦୀ, କନ୍ନଡ, ମାଲୟାଲମ, ତାମିଲ ଓ ତେଲଗୁ ଏହିପରି ୫ଟି ଭାଷାରେ ରିଲିଜ୍‌ କରାଯିବ।

Share