ସାଉଥ୍‌ ସୁପରଷ୍ଟାର ସୁରିୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ସୁପରଷ୍ଟାର ସୁରିୟାଙ୍କୁ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଏବଂ ଦୁଇଟି ଜାତୀୟ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତ।
ସୁରିୟା ୧୯୯୭ରେ ନେରୁକ୍କୁ ନେରରେ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ଅନେକ ବ୍ଲକବ୍ଲଷ୍ଟର ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ମୋଟ ୫୨ଟି ଫିଲ୍ମ କରିଛନ୍ତି। ସୁରିୟାଙ୍କୁ ଫଲୋଅର୍ସ ସଂଖ୍ୟା ମଧ୍ୟ ଅଧିକ। ଫୋର୍ବସ ପତ୍ରିକା ଦ୍ୱାରା ଶ୍ରେଷ୍ଠ ୧୦୦ ସେଲିବ୍ରିଟି ତାଲିକାରେ ତାଙ୍କୁ ସାମିଲ କରାଯାଇଛି।
ସୁରିୟା ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଏବଂ ତାଙ୍କର ମାସିକ ରୋଜଗାର ୧.୫ କୋଟିରୁ ଅଧିକ। ସେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୨୦ ରୁ ୨୫ କୋଟି ଚାର୍ଜ କରନ୍ତି। ସୁରିୟାମଧ୍ୟ ଅନେକ ବ୍ରାଣ୍ଡର ଆମ୍ବାସାଡାର ଅଛନ୍ତି ଏବଂ ବିଜ୍ଞାପନରେ ମଧ୍ୟ ନଜର ଆସନ୍ତି।
ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ସୁରିୟା ୨ କୋଟି ଟଙ୍କା ନିଅନ୍ତି। ତାଙ୍କର ବାର୍ଷିକ ଆୟ ପ୍ରାୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେ ତାଙ୍କ ପତ୍ନୀ ଜ୍ୟୋତିିକା ଏବଂ ପିଲାମାନଙ୍କ ସହିତ ଚେନ୍ନାଇରେ ରୁହନ୍ତି। ଏହା ବ୍ୟତୀତ ତାଙ୍କର ବିଳାସପୂର୍ଣ୍ଣ କାରଗୁଡିକ ସହ ଏକ ଜାହାଜ ମଧ୍ୟ ଅଛି। ସୂର୍ଯ୍ୟଙ୍କ ନିଟ ମୂଲ୍ୟ ପ୍ରାୟ ୨୫ ମିଲିୟନ ଡଲାର୍‌ (୧୮୬ କୋଟି ଟଙ୍କା)।

Share