Categories: ବାଣିଜ୍ୟ

ସାଓମିର ନୂଆ ରେଡମି ନୋଟ ୭ ଏସ୍‌

ଭୁବନେଶ୍ୱର,୨୭-୫: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ନୂଆ ରେଡମି ନୋଟ ୭ ଏସ୍‌ ବଜାରକୁ ଆସିଛି। ଏଥିରେ ୪୮ ଏମ୍‌ପି କ୍ୟାମେରା ସ୍ଥାନିତ ହୋଇଛି। କ୍ରିଓ ପ୍ରୋସେସିଂ ବ୍ୟତୀତ କ୍ୟାଲକମ୍‌ ସ୍ନାପଡ୍ରାଗନ ୬୬୦ ଭଳି ଅନ୍ୟ ଫିଚର ଏଥିରେ ରହିଛି। ଏମ୍‌ଆଇ ପ୍ରେମୀଙ୍କୁ ରୋମାଞ୍ଚକ ସୁବିଧା ସୁଯୋଗ ସହ ଉତ୍କଷ୍ଟ ଫଟୋଗ୍ରାଫି ଅଭିଜ୍ଞତା ଏବଂ ଉପଭୋଗ କରିବାର କ୍ଷମତା ପ୍ରଦାନ କରୁଛୁ ବୋଲି ସାଓମି ଇଣ୍ଡିଆର ମୁଖ୍ୟ ମାର୍କେଟି ଅଧିକାରୀ ଅନୁଜ ଶର୍ମା କହିଛନ୍ତି। ଏହା ୩ ଜିବି+୩୨ ଜିବି ଏବଂ ୪+୬୪ ଜିବି ଭାରିଆଣ୍ଟାରେ ଆସୁଛି। ଏଗୁଡିକର ବଜାର ଦର ଯଥାକ୍ରମେ ୧୦,୯୯୯ ଏବଂ ୧୨,୯୯୯ ଟଙ୍କା ରହିଛି। ସାଫିରେ ବ୍ଲୁ,ରୁବି ରେଡ, ଓନିକ୍ସ ବ୍ଲାସ ରଙ୍ଗରେ ଉପଲବ୍ଧ।

Share