ସାକିବଙ୍କ ମାଇଲଷ୍ଟୋନ

ଲଣ୍ଡନ,୫।୬(ଏଏଫ୍‌ପି)- ବାଂଲାଦେଶ ଦଳର ଅଭିଜ୍ଞ ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଲାଗି ବୁଧବାର ଏକ ସ୍ମରଣୀୟ ଦିବସ। ସେ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ କ୍ୟାରିୟରର ୨୦୦ତମ ମ୍ୟାଚ୍‌ ଖେଳିଛନ୍ତି। ୩୨ ବର୍ଷୀୟ ଖେଳାଳି ଦେଶର ୩ୟ କ୍ରିକେଟର ଭାବେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ତାଙ୍କ ଠାରୁ ଅଧିନାୟକ ମାଶ୍ରାଫି ମୋର୍ତାଜା (୨୧୦) ଓ ମୁଶଫିକର ରହିମ (୨୦୬) ଅଧିକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି। ସାକିବଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି।

Share