Categories: ଖେଳ

ସାକିବ୍‌ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ

ଢାକା, ୨୭।୧୦ (ପି.ଟି.)- ଧର୍ମଘଟ ଦ୍ୱାରା ବାଂଲାଦେଶ ଖେଳାଳିମାନେ ହୁଏତ ଉପକୃତ ହୋଇପାରନ୍ତି ହେଲେ ଜାତୀୟ ଅଧିନାୟକ ସାକିବ ଅଲ୍‌ ହସନ ଏବେ ଅଡୁଆରେ ପଡ଼ିଛନ୍ତି। କେନ୍ଦ୍ରୀୟ ଚୁକ୍ତି ଖିଲାପ କରିଥିବାରୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଆଉ କିଛି ଦିନ ପରେ ବାଂଲାଦେଶ ଭାରତ ଟୁର୍‌ରେ ଯିବ। ବିସିବିର କଠୋର ଆଭିମୁଖ୍ୟ ହୁଏତ ଦଳର ନୈତିକ ମନୋବଳକୁ ପ୍ରଭାବିତ କରିପାରେ। ଖବର ଅନୁସାରେ, ସାକିବ କେନ୍ଦ୍ରୀୟ ଚୁକ୍ତି ନିୟମର ଉଲ୍ଲଂଘନ କରି ଟେଲିକମ୍‌ କମ୍ପାନୀ ‘ଗ୍ରାମିନ୍‌ ଫୋନ୍‌’ ସହିତ ଏକ ଚୁକ୍ତି କରିଛନ୍ତି। ବିସିବି ସଭାପତି ନାଜମୁଲ ହସନ କହିଛନ୍ତି ଯେ, ସେ ଯଦି ସନ୍ତୋଷଜନକ ଉତ୍ତର ନ ଦିଅନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ଅଗ୍ରଣୀ ଟେଲିକମ୍‌ କମ୍ପାନୀ ଗ୍ରାମିନ ଫୋନ ଅକ୍ଟୋବର ୨୨ରେ ଘୋଷଣା କରି କହିଥିଲା ଯେ, ଦେଶର ଏହି ଅଲ୍‌ରାଉଣ୍ଡର ସାକିବ ସେମାନଙ୍କ ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗ ଦେଇଛନ୍ତି।

Share