Categories: ପୁରୀ

ସାକ୍ଷୀଗୋପାଳ ଡାକ୍ତରଖାନାରୁ ବିଶୋଧନ ଆରମ୍ଭ

ସାକ୍ଷୀଗୋପାଳ,୨୮ା୩(ଡି.ଏନ୍‌.ଏ.)- କରୋନା ସତର୍କତା ପାଇଁ ସାକ୍ଷୀଗୋପାଳ ସରକାରୀ ଡାକ୍ତରଖାନାରେ ଶୁକ୍ରବାର ବିଶୋଧନ କାମ ଆରମ୍ଭ ହୋଇଛି। ସଂକ୍ରମଣ ରୋକିବା ସହିତ ଡାକ୍ତରଖାନା ପରିସର ସ୍ବଚ୍ଛତା ନିମନ୍ତେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ବ୍ଲିଚିଙ୍ଗ ପକାଇ ବିଶୋଧନ କରିଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ମେଡିକାଲ ଅଫିସର ବିଶ୍ୱଜିତ ମିଶ୍ର ଓ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତରେ ଡାକ୍ତରଖାନା ଓ ଆଖପାଖ ବଜାରରେ ବିଶୋଧନ କରାଯାଇଥିଲା। ସେହିପରି ଜୟପୁର ପଞ୍ଚାୟତର ସାକ୍ଷୀଗୋପାଳ ମନ୍ଦିର ନିକଟ ଅଳଗୁମ ରାସ୍ତାରେ ଓ ଶୁକଳ ପଞ୍ଚାୟତର ଶୁକଳ ଆଦି କେତେକ ଗ୍ରାମରେ ଲୋକେ ରାସ୍ତାରେ ବାଉଁଶ ଧଡା ବାନ୍ଧି ରାସ୍ତାରେ ବାଇକ ଚଳାଚଳକୁ ବନ୍ଦ କରିବା ସହ ସେଠାରେ ହ୍ୟାଣ୍ଡୱାଶରେ ହାତ ଧୋଇ ଯିବାକୁ ଲୋକମାନଙ୍କୁ କହିଥିବା ଦେଖାଯାଇଥିଲା।