ସାକ୍ଷୀଗୋପାଳ ମନ୍ଦିରରେ କରୋନା କଟକଣା: ସିଂହଦ୍ୱାରରୁ ଫେରିଯାଉଛନ୍ତି ଭକ୍ତ

ସାକ୍ଷୀଗୋପାଳ, ୨୦।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ କରୋନା ପାଇଁ କଟକଣା କରାଯାଇଛି। ସର୍ବସାଧରଣଙ୍କ ମନ୍ଦିର ପ୍ରବେଶକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ପାଳିଆ ସେବକ ଓ କର୍ମଚାରୀ ମାନେ ଦେବନିତୀ ସମ୍ପାଦନ ନିମନ୍ତେ ମନ୍ଦିରରେ ରହିଛନ୍ତି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ବାଇଁ କହିଛନ୍ତି। ସିଂହଦ୍ୱାର ସମ୍ମୁଖରେ ମନ୍ଦିର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର କର୍ମଚାରୀ ମାନଙ୍କ ସହ ଉପସ୍ଥିତ ରହି ସେହିଠାରୁ ଠାକୁରଙ୍କୁ ମୁଣ୍ଡିଆ ମାରି ଫେରିଯିବାକୁ ନିବେଦନ କରୁଥିବା ଦେଖାଯାଇଛି। ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ର, କର୍ମଚାରୀମାନେ ହ୍ୟାଣ୍ଡୱାସ ସହ ହାତଧୋଇ ସଚେତନ ରହିବାକୁ ସେବାୟତ ମାନଙ୍କୁ ବୁଝାଇଛନ୍ତି। ପୂର୍ବରୁ ଗହଳି ଚହଳି ଲାଗିଥିବା ସାକ୍ଷୀଗୋପାଳ ମନ୍ଦିିର ଖାଁ ଖାଁ ହୋଇଛି। ସେହିପରି ସତ୍ୟବାଦୀରେ ବ୍ୟାପକ ସଚେତନା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଦୋକାନ ବଜାର ପ୍ରାୟ ବନ୍ଦ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Share