ସାକ୍ଷୀଗୋପାଳ, ୮।୧୨(ଡି.ଏନ୍.ଏ.): ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ। ଏହି କାର୍ତ୍ତିକ ବଡ଼ ଏକାଦଶୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ସିଂହ ଦ୍ୱାରଦେଇ ଲମ୍ବା ଧାଡ଼ିରେ ଭକ୍ତମାନେ ଗର୍ଭଗୃହକୁ ଯାଇ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଚୂଡାଘସା ଭୋଗ ପ୍ରସ୍ତୁତିକୁ ନେଇ ମନ୍ଦିର ବେଢ଼ାରେ ଗହଳି ସହିତ ହରିନାମ କୀର୍ତ୍ତନ ପରିବେଷଣ କରାଯାଉଛି। ବାତ୍ୟା ଭୟରେ ଲୋକମାନେ ଆଗୁଆ ଆସି ଠାକୁରଙ୍କ ଦର୍ଶନ କରି ଫେରିଯାଉଥିବା ଦେଖିବାକୁ ମିଳୁଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସକାଳୁ ସକାଳୁ ଦେବନୀତି ସମାପନ ହୋଇ ସାହାଣମେଲା ଦର୍ଶନ ଚାଲିଛି।