ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କୁ ଲାଗିହେଲା ମକର ଚାଉଳ

ସାକ୍ଷୀଗୋପାଳ,୧୫।୧: ବର୍ଷକୁ ଥରେ ମକର ସଂକ୍ରାନ୍ତିରେ ସାକ୍ଷୀଗୋପାଳ ଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି ହୋଇଛି। ଅପରାହ୍ନରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପୌଷମାସରେ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ମଙ୍ଗଳବାର ମାସାନ୍ତ ରାତିରେ ମନ୍ଦିରକୁ ଫେରିଛନ୍ତି । ମହାଲକ୍ଷ୍ମୀ ବାପଘରୁ ଫେରିବା ବେଳେ ସାଙ୍ଗରେ ଆଣିଥିବା ମକର ଭାରରେ ପ୍ରସ୍ତୁତ ମକର ଚାଉଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଭୋଗଲାଗି କରାଯାଇଥିଲା। ନୂଆହାଣ୍ଡିରେ ନୂଆ ଅରୁଆ ଚାଉଳ, ଧନୁମୁଆଁ ନଡ଼ିଆ, ପାଚିଲା କଦଳୀ, କ୍ଷୀର, ଛେନା, ସର, ଗୁଡ଼, ମହୁ, ଅଦା, କାଜୁ ଆଦି ମିଶ୍ରଣରେ ମକର ଚାଉଳ ପ୍ରସ୍ତୁତି କରାଯାଇଥିଲା।