ସାକ୍ଷୀଙ୍କୁ ଘାତକ ଆକ୍ରମଣ ମାମଲା: ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚାରିଲେ ଏଏସ୍‌ପି

ବ୍ରହ୍ମପୁର ଅଫିସ , ୪ା୬ – ସଦରଥାନା ଅନ୍ତର୍ଗତ ରୋହିଗାଁରେ ଗତମାସ ୯ ତାରିଖରେ ଏକ ହତ୍ୟା ମାମଲାର ସାକ୍ଷୀଥିବା ପୂର୍ଣ୍ଣ ଜେନାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ବିଶିଷ୍ଟ ଜେନାଙ୍କୁ ପୋଲିସ ଗିରଫ ନ କରିବାରୁ ଆକ୍ରମଣର ଶିକାର ହୋଇଥିବା ପୂର୍ଣ୍ଣଙ୍କ ପରିବାର ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନିକଟରେ ଫେରାଦ ହୋଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସ୍‌ପି (ଏଏସ୍‌ପି) ପ୍ରଭାତ କୁମାର ରାଉତରାୟ ରୋହିଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀମାନଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଥିବା ଏଏସ୍‌ପି ରାଉତରାୟ କହିଛନ୍ତି। ଅନ୍ୟପଟେ ଆହତ ପୂର୍ଣ୍ଣ ଜେନା ଏମ୍‌କେସିଜି ମେଡିକାଲରୁ ମେ’ ୨୫ରୁ ଡିସ୍‌ଚାର୍ଜ ହୋଇଥିଲେ ମଧ୍ୟ ଭୟରେ ଗଁାକୁ ଫେରିନଥିଲେ। ପୋଲିସ ପକ୍ଷରୁ ସୁରକ୍ଷା ଦିଆଯିବ ବୋଲି କୁହାଯିବା ପରେ ସେ ମଙ୍ଗଳବାର ଗଁାକୁ ଫେରିଛନ୍ତି। ଏଏସ୍‌ପି ପୂର୍ଣ୍ଣ ଓ ଗଁାର କେତେଜଣଙ୍କ ବୟାନ ମଧ୍ୟ ରେକର୍ଡ କରିଥିବା କହିଛନ୍ତି।