Categories: ଖେଳ

ସାକ୍ଷୀ, ଭିନେଶଙ୍କୁ ବ୍ରୋଞ୍ଜ ପଦକ

ଜିଆନ୍‌ (ଚାଇନା), ୨୬ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାମାନେ ବିନା ସ୍ବର୍ଣ୍ଣରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲିକ ଏବଂ ଏସିଆନ ଗେମ୍ସ ଚାମ୍ପିୟନ ଭିନେଶ ଫୋଗତଙ୍କୁ ବ୍ରେଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଉଭୟ ସାକ୍ଷୀ (୬୨କେଜି) ଓ ଭିନେଶ (୫୩କେଜି) ସେମାନଙ୍କ କ୍ୱାର୍ଟରଫାଇନାଲ ବାଉଟ୍‌ ହାରିଯାଇଥିଲେ। ମାତ୍ର ରିପିଚେଜ୍‌ ରାଉଣ୍ଡ ଜରିଆରେ ପୋଡିୟମ ଫିନିଶ କରିଥିଲେ। କାରଣ ଏହି ଦୁଇଜଣଙ୍କୁ ଜିତିଥିବା ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ବ୍ରୋଞ୍ଜ ପଦକ ପ୍ଲେ-ଅଫ୍‌ରେ ଭିନେଶ ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଚାଇନାର କ୍ୱିଆନୟୁ ପାଙ୍ଗ୍‌ଙ୍କୁ ୮-୧ରେ ହରାଇ ଦେଇଥିବାବେଳେ ସାକ୍ଷୀ ଉତ୍ତର କୋରିଆର ହ୍ୟନ୍‌ ଗ୍ୟଙ୍ଗ୍‌ଙ୍କ ମୁନ୍‌ଙ୍କ ବିପକ୍ଷରେ ୯-୬ରେ ବିଜୟୀ ହୋଇଥିଲେ। ଗୁରୁବାର ମଞ୍ଜୁ କୁମାରୀ (୫୯କେଜି) ଓ ଦିବ୍ୟା କାକରାନ (୬୮କେଜି) ଗୋଟିଏ ଲେଖାଏଁ ବ୍ରୋଞ୍ଜ ଜତିଥିଲେ। ଫଳରେ ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ ୪ ବ୍ରୋଞ୍ଜ ସହ ଅଭିଯାନ ଶେଷ କରିଛନ୍ତି।

Share