Categories: ଫୁରସତ

ସାଙ୍ଗ ହେବ ତ ଏମିତି: ଦିବ୍ୟାଙ୍ଗ ସାଙ୍ଗକୁ କାନ୍ଧରେ ବସାଇ ୟୁରୋପ ବୁଲାଇବାକୁ ନେଲେ କେଭାନ

ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ସମ୍ପର୍କର ସେତୁ। କୋମଳ ହେଲେ ବି ବହୁତ୍ ଶକ୍ତିଶାଳୀ। ପ୍ରକୃତ ବନ୍ଧୁଟିଏ ସାଥିରେ ଥିଲେ ପଙ୍ଗୁ ପର୍ବତ ଚଢିବା ବା ଅନ୍ଧ ଦୁନିଆଁ ଦେଖିବା କିଛି ବଡ କଥା ନୁହେଁ । ଦୁଇଟି ବନ୍ଧୁଙ୍କ ସମ୍ପର୍କ ସର୍ବଦା ବିଶ୍ୱାସର ଡୋରିରେ ବାନ୍ଧିହେବା ଉଚିତ୍‌। ବିଶ୍ୱାସ ହିଁ ଏହାକୁ ଅଧିକ ଶକ୍ତ କରାଇଥାଏ। ଭାଗ୍ୟରେ ଥିଲେ ଭଲ ବନ୍ଧୁଟିଏ ମିଳିଥାଏ। ବନ୍ଧୁତାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ୟୁରୋପରେ। ଜଣେ ଦିବ୍ୟାଙ୍ଗ ସାଙ୍ଗକୁ କାନ୍ଧରେ ବସାଇ ୟୁରୋପ ବୁଲାଇ ନେଇଛନ୍ତି କେଭାନ ନାମକ ଜଣେ ଯୁବକ। କେଭାନ ନିଜ ଦୁଇଜଣ ରୁମ୍‌ ମେଟ୍‌ ସହ ଏକ ଘରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ। ୨୦୧୬ରେ ବନ୍ଧୁଙ୍କ ସହ ବୁଲାବୁଲି କରିବାର ଯୋଜନା କରିଥିଲେ। ପରେ ୩ ସପ୍ତାହ ପର୍ଯ୍ୟନ୍ତ ସେ ୟୁରୋପ ଟ୍ରିପ୍‌ରେ ବାହାରିଥିଲେ। ଏହି ସମୟରେ ସେ ଫ୍ରାନ୍ସ, ଆୟାରଲାଣ୍ଡ ଏବଂ ଇଂଲଣ୍ଡ ବୁଲିବାକୁ ଯାଇଥିଲେ। କେଭାନ ମୁଳତଃ ଆମେରିକା ରୁହନ୍ତି। ୨୦୧୮ ସେମାନେ ଚାଇନା ବୁଲିବାକୁ ଯାଇଥିଲେ। ଦିବ୍ୟାଙ୍ଗଙ୍କୁ କାନ୍ଧରେ ବସାଇବା ବିଭିନ୍ନ ଦେଶ ବୁଲି କେଭାନ ନିଆର ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Share