ଫିରିଙ୍ଗିଆ,୨୭ା୬-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ପାଖ ଘାଟି ରାସ୍ତାରେ ମାଓବାଦୀମାନେ ବ୍ୟାନର ଲଗାଇଛନ୍ତି। ଦୁର୍ଗମ ଅଞ୍ଚଳରେ ଏହି ବ୍ୟାନର ଦେଖାଯାଇଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। ସରକାରୀ ଦମନ, ଜନସାଧାରଣଙ୍କ ଉପରେ ପୋଲିସ ଦମନ ବନ୍ଦ କରିବା, ନିଜର ହକ୍ ପାଇଁ ଲଢ଼େଇ କରିବାକୁ ସ୍ଥାନୀୟ ଲୋକଙ୍କୁ ମାଓବାଦୀମାନେ ଉକ୍ତ ବ୍ୟାନର ମାଧ୍ୟମରେ ଆହ୍ବାନ ଦେଇଛନ୍ତି। ସରକାର ଓ ପୋଲିସ ଦମନ ବିରୋଧରେ ୨୪ ଘଣ୍ଟିଆ ବନ୍ଦ ପାଳନରେ ସାମିଲ ହେବାକୁ ଲେଖାଯାଇଥିଲା। ଶେଷରେ ଭାକପା ମାଓବାଦୀ ବୋଲି ଉଲ୍ଲେଖ ରହିଛି ା