Categories: ଜାତୀୟ

ସାଢ଼େ ୮ ଲକ୍ଷ ଟଙ୍କାର ପିଆଜ ଚୋରି

ପାଟନା,୨୪।୯: ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ପିଆଜ କାରବାରରେ ଲାଭ ହେଉଥିବା ଦେଖି ଚୋର ବିହାର ପାଟନାରେ ଏକ ଗୋଦାମରୁ ୩୨୮ ବସ୍ତା ପିଆଜ ଚୋରି କରିଛନ୍ତିି। ଏସବୁର ଦାମ୍‌ ସାଢ଼େ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ସ୍ଥାନୀୟ ସୋନାରୁ ଅଞ୍ଚଳରେ ଥିବା ଏକ ଗୋଦାମ ଘରୁ ଚୋର ପିଆଜ ବସ୍ତା ନେବା ସହିତ କ୍ୟାସ୍‌ବକ୍ସ୍‌ରେ ଥିବା ଲକ୍ଷେ ୭୩ ହଜାର ଟଙ୍କା ନେଇଯାଇଛନ୍ତି। ଖବର ପାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share