ସାଢେ ତିନିବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର,୧୯।୧୨(ସ୍ବ.ପ୍ର): ସାଢ଼େ ତିନିବର୍ଷର ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସ୍ଥାନୀୟ ଜିଲା ଦୌରାଜଜ୍‌ କୋର୍ଟ ଜଣେ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଯୁବକ ହେଲେ ଚମ୍ପୁଆ ଥାନାର ସସାଙ୍ଗ ଗ୍ରାମର ସୁନୀଲ ନାୟକ।

୨୦୧୭ ଜାନୁୟାରୀ ୧୩ ତାରିଖରେ ଉକ୍ତ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଅଭିଯୁକ୍ତ ସୁନୀଲ ଶିଶୁକନ୍ୟାଙ୍କୁ ଘରୁ ଡାକି ନେଇ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ପରେ ଗ୍ରାମରେ ଥିବା ସ୍କୁଲର ରୋଷେଇ ଘରୁ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ଚମ୍ପୁଆ ଥାନାରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗୁରୁବାର କୋର୍ଟ ଏହାର ଶୁଣାଣି କରି ଏହି ଦଣ୍ଡାଦେଶ ଦେଇଥିବାସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ଅପରପକ୍ଷେ ସେ ବଳାତ୍କାର କରିନାହାନ୍ତି। ଏକ ତରଫା ରାୟ ଦିଆଯାଇଛି। ଏଣୁ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଖବରଦାତାଙ୍କୁ କହିଛନ୍ତି।

Share