Categories: ଖେଳ

ସାଣ୍ଟନରଙ୍କ ଛକାରେ ସୁରକ୍ଷା କର୍ମୀ ଆହତ

ହାମିଲଟନ,୧।୧୧- କ୍ରିକେଟ ଏଭଳି ଏକ ଖେଳ କେବେ, କେଉଁଠି ଓ କାହା ସହ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ। ଏଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଘରୋଇ ଦଳର ସ୍କୋର ୩୬୫/୮ ଥିବାବେଳେ ମିଚେଲ ସାଣ୍ଟନର ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବାକୁ ଉଦ୍ୟମ କରୁଥିଲେ। ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କ ଏକ ଶର୍ଟ ବଲକୁ ସାଣ୍ଟନର ଫାଇନ ଲେଗ୍‌ ଅଞ୍ଚଳକୁ ଘୂରାଇ ମାରିଥିଲେ। ବଲ୍‌ଟି ସିଧା ବାଉଣ୍ଡ୍ରି ଲାଇନ୍‌ର ଅପରପାଖରେ ଛିଡ଼ା ହୋଇଥିବା ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବାଜିଥିଲ। ଇଂଲଣ୍ଡ ଖେଳାଳି ଓ ଫିଲ୍ଡ ଅମ୍ପାୟର ସୁରକ୍ଷାକର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିଯୋଗୁ ଖେଳ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ମେଡିକାଲ ଷ୍ଟାଫ୍‌ ତାଙ୍କ ମୁଣ୍ଡରେ ବରଫ ମାଲିସ୍‌ କରିଥିଲେ। ଉକ୍ତ ଗାର୍ଡ ଠିକ୍‌ ଥିବା ଜଣାଇବା ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଥିଲା।

Share