Categories: ଖେଳ

ସ୍ୟାଣ୍ଡ ପେପର ବିକିଲେ ପ୍ରଶଂସକ

ଜୋହାନ୍ସବର୍ଗ,୨୨।୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ବେଳେ ଦକ୍ଷିଣ ଆଫ୍ରିକାର କିଛି ପ୍ରଶଂସକ ଉତ୍ତେଜକ ବ୍ୟାନର ଦେଖାଇ ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ଙ୍କୁ ସମାଲୋଚନା କରିଛନ୍ତି। ଉଲ୍ଲେଖଥାଉ କି, ଓ୍ବାର୍ନର ଓ ସ୍ମିଥ୍‌ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ବେଳେ ସ୍ୟାଣ୍ଡ ପେପର ଦ୍ୱାରା ବଲ ଟ୍ୟାମ୍ପରିଂ କରିଥିଲେ। ଏହି ଘଟଣା କ୍ୟାମେରାରେ ଧରାପଡ଼ିବା ପରେ ସ୍ମିଥ୍‌ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏଥିନେଇ ଦୁହିଁଙ୍କୁ ଏକବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ ହେବାକୁ ପଡ଼ିଥିଲା। ଉକ୍ତ ଘଟଣାକୁ ପ୍ରାୟ ଦୁଇ ବର୍ଷ ପୂରି ଯାଇଥିଲେ ମଧ୍ୟ ପ୍ରଶଂସକଙ୍କ ମନରୁ ଲିଭି ନାହିଁ। କିଛି ପ୍ରଶଂସକ ଷ୍ଟାଡିୟମରେ ‘ସ୍ୟାଣ୍ଡ ପେପର ଫର ସେଲ୍‌’ ଲେଖିଥିବା ବ୍ୟାନର ଦେଖାଇଥିଲେ। ଦକ୍ଷିଣ ଆଫ୍ରିକା ଦଳର ଫ୍ୟାନ୍‌ମାନେ ସ୍ମିଥ୍‌ ଓ ଓ୍ବାର୍ନରଙ୍କୁ ଅସମ୍ମାନିତ ମଧ୍ୟ କରିଥିଲେ।

Share