Categories: ଅପରାଧ

ସାତକୋଶିଆରେ ଚଢ଼ାଉ : ଶିକାରୀ ଗିରଫ

ବନ୍ତଳା, ୧ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ଶିକାର ପାଇଁ ପ୍ରସ୍ତୁତ ହେଉଥିବା କଟକ ନରସିଂହପୁର ଥାନା ଯାନିସାହି ଗ୍ରାମର ଅଶୋକ କୁମାର ପଣ୍ଡାଙ୍କୁ ବୁଧବାର ଗିରଫ ପରେ ଅନୁଗୋଳ କୋର୍ଟଚାଲାଣ କରାଯାଇଛି। ପୂର୍ବରୁ ସାତକୋଶିଆରେ ଶିକାର ସମୟରେ ବନ ବିଭାଗ ଚଢ଼ାଉ କରି ଦେଶୀ ବନ୍ଧୁକ, ହରିଣ, କୁଟୁରା, ସୀସା, ଜିଲେଟିନ, ପଟାସ ଆଦି ଜବତ କରିଥିଲେ ହେଁ ଅଶୋକ ଫେରାର ହୋଇଯାଇଥିଲେ। ତାଙ୍କ ନାମରେ ଜିଲିଣ୍ଡା ରେଞ୍ଜରେ ଓଆର୍‌ ୧ ଜେ, ୨ଜେ, ୩ଜେରେ ୩ଟି ମାମଲା ରୁଜୁ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ପୁରୁଣାକୋଟ ରେଞ୍ଜରେ ଶିକାର ବେଳେ ଧରାପଡି ୪ପିକେ/୨୦୧୦-୧୧ କୋର୍ଟଚାଲାଣ ହୋଇଥିଲେ। ବୁଧବାର ଅଭୟାରଣ୍ୟରେ ଶିକାର କରୁଥିବା ଖବରପାଇ ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନ, ଫରେଷ୍ଟର କେଦାର କୁମାର ସାହୁ, ବିଭୂତି ଭୂଷଣ ଦେହୁରୀ, ଅକ୍ଷୟ କୁମାର ନାଏକ ପ୍ରମୁଖ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ତେବେ ଏଥିରେ ସମ୍ପୃକ୍ତ ଅନ୍ୟମାନେ ଫେରାର ଥିବା ଜଣାପଡିଛି।