ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ ଚାରୋଟି କଣା ହୋଇ ଥିବା ଜଣାପଡୁଛି। ଏଣୁ ତା’ ଦେହରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ଖବର ପାଇ ବନବିଭାଗ କର୍ମଚାରୀ ହାତୀକୁ କାବୁ କରିବା ନିମନ୍ତେ ଖୋଜୁଥିଲେ ମଧ୍ୟ ସଠିକ ଜାଗାରେ ତାକୁ ଠାବ କରାଯାଇ ପାରିନାହିଁ କିମ୍ବା ଚିକିତ୍ସା ମଧ୍ୟ କରାଯାଇପାରିନାହିଁ। ଉକ୍ତ ହାତୀଟିର ଆନୁମାନିକ ବୟସ କୋଡିଏରୁ ପଚିଶ ବର୍ଷ ହେବ ବୋଲି ଜଣାପଡୁଛି। ଏ ବିଷୟରେ ସାତକୋଶିଆ ଡିଏଫ୍‌ଓ ରାମସ୍ବାମୀ ପି.ଙ୍କୁ ପଚରାଯିବାରେ ସେ କହିଛନ୍ତି, ହାତୀଟି କୁମୁରି ଓ ବାଘମୁଣ୍ଡା ଅଞ୍ଚଳରେ ବୁଲୁଛି। ହାତୀ ପେଟରେ କିଛି ଘା’ ହୋଇଥିବା ପରି ଲାଗୁଛି। କାବୁ କରାଯିବା ପରେ ଅସୁସ୍ଥତାର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।

Share