Categories: ଖେଳ

ସାତ୍ତ୍ୱିକ-ଚିରାଗ ସେମିଫାଇନାଲରେ ହାରିଲେ

ଫୁଝୋ, ୧୦ା୧୧ (ପି.ଟି.)-ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଚାଇନା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରୁ ବିଦାୟ ନେଇଛନ୍ତି। ବିଶ୍ୱର ୯ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ଟପ୍‌ ସିଡ୍‌ ତଥା ବିଶ୍ୱର ନମ୍ବର ଓ୍ବାନ ଯୋଡ଼ି ଇଣ୍ଡୋନେସିଆର ମାର୍କସ ଫର୍ନାଲ୍‌ଡି ଗାଇଡନ ଏବଂ କେଭିନ ସଞ୍ଜୟା ସୁକାମୁଲ୍‌ଜୋଙ୍କଠାରୁ ୧୬-୨୧, ୨୦-୨୨ରେ ହାରିଯାଇଛନ୍ତି। ଇଣ୍ଡୋନେସିଆର ଏହି ଯୋଡ଼ିଙ୍କ ବିପକ୍ଷରେ ଏପର୍ଯ୍ୟନ୍ତ ସାତ୍ତ୍ୱିକ ଓ ଚିରାଗ ଯୋଡ଼ିଙ୍କ କ୍ରମାଗତ ୮ମ ପରାଜୟ। ୭୦୦,୦୦୦ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଚାଇନା ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଗାଇଡନ-ସୁକାମୁଲ୍‌ଜୋ ଯୋଡ଼ି ଏଠାରେ ପୂର୍ବରୁ ୩ଥର ଚାମ୍ପିୟନ ହେଇ ସାରିଛନ୍ତି।

Share