ସାତ୍‌ସପନ ହେଇଛେ ପକାଘର:ଭଂଗା କୁରିଆରେ ବିତୁଛେ ୪ ପରାନୀର ଜୀବନ୍‌

ପୁରୁଣାକଟକ, ୯ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଲଘୁଚାପ ବରଷା ଲାଗିରହିଛେ। ବରଷାରେ ପୁରୁଣାକଟକ ଗଁାର ତଳସାହିର ବିଶ୍ୱନାଥ ବେହେରାକଁର ଘରର କଁାଥି ଭାଂଗିଯାଇଛେ। ହେଲେ ସଉଭାଏଗ୍‌କେ କୁଟୁମବସିଆ ଗୁଟେ ବଡ଼ ବିପତିରୁ ବରତି ଯାଇଛନ୍‌।
ସୂଚନା ଅନ୍‌ସାରେ ବୁଧୁବାର ରାତି ବିଶ୍ୱନାଥକଁର ପରିବାର ଖାଇପିଇ ଶୁଇଥିଲେ। ହଠାତ୍‌ ରାତି ପାଖାପାଖି ୧୨ ବଜେ ଘରର କଁାଥି ମାଡ଼ି ବସଲା। ହେଲେ ସଉଭାଏଗ୍‌କେ କଁାଥିଟା ଭିତିରକେ ନାଇଁ ପଡ଼ିକରି ବାହାର ଫାଲକେ ପଡ଼ିଥିଲା। ଯେନ୍‌ଥିରଲାଗି କୁଟୁମବସିଆ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌। ଇଆଡ଼େ ବିଶ୍ୱନାଥ ନିହାତି ଗରିବ, ଜମିବାଡ଼ି ବଲି କିଛି ନାଇଁ। ଫିଦିନ କୁଲି ମଜୁରି କରି ନିଜର କୁଟୁମ ପୁଷୁଛନ୍‌। ଆବାସ ଯୋଜନାରେ ପକାଘର ଖଁଡ଼େ ପାଏବାର ଲାଗି ସେ ଗଲା ୬ ବଛର ହେଲା ଥାନୀୟ ସରପଁଚ୍‌ନୁ ମୂଲ କରି ବିଡିଓ, ଜିଲାପାଲ ତକ୍‌ ଲିଖିତ ଅଭିଯୋଗ କରିଛନ୍‌। ହେଲେ ସବୁବେଲେ ତାଲିକାରେ ତମର ନଁା ନଁାଇଁନ ବଲି ନିରାଶ କରାଯାଉଥିବାର ସେ ଅଭିଯୋଗ କରିଛନ୍‌। ଇଆଡ଼େ ସରକାର କେହି ଝୁପଡି, ଚାଲଘରେ ନାଇଁ ରହନ, ସମକୁ ପକାଘର ଯୁଗେଇ ଦିଆଯିବା ବଲି ନାରାବାଜି କରୁଛନ୍‌। ସତେଯେନ୍‌ତା ଇ ନାରାବାଜି ବିଶ୍ୱନାଥ ଲେଖେଁ ଗରିବ୍‌ଦୁଖିକର ମଜାକ୍‌ ଉଡ଼ଉଛେ। ଇ ବାବ୍‌ଦେ ପୁରୁଣାକଟକ ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ବିରଞ୍ଚତ୍ କାଲସାଏକୁଁ ପଚରାଲାରୁ ବିଶ୍ୱନାଥ ଆବାସ ଯୋଜନାରେ ପକାଘର ପାଏବାର ଲାଗି ଆବେଦନ କରିଥିଲେ। ହେଲେ ତାକର ନଁା ତାଲିକାରେ ନଁାଇଁନ, ସେଥିରଲାଗି ସେ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବୌଦ୍ଧ ଉପଜିଲାପାଲକୁଁ ପଚରାଲାରୁ ଯଦି ତାକର ନଁା ଅବାସ ଯୋଜନା ତାଲିକାରେ ନଁାଇଁନ, ସେ ଆଉର ଥରେ ଅରଜି ଦେଲେ ତାହାକୁ ଯୋଜନାରେ ପକାଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ଯେତେ ଜଲଦି ହେବା ଇ ନିହାତି ଗରିବ୍‌ ପରିବାରକେ ପକାଘର ଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।

Share