ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ରୋଗ୍‌ରେ ଯୁଝୁଛନ୍‌ କୁଟୁମବସିଆ

ବିନିକା,୧୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଓ୍ବାର୍ଡ ନଂ.୧ର ବାସିନ୍‌ଦା ବେଣୁଧର ଜାଲ(୮୦)। ପରିବାର କହେଲେ ଛାର୍‌ରି ଝି’ ରାହି(୪୮) ଆର ମାନସିକ୍‌ ରୋଗ୍‌ରେ ପୀଡ଼ିତ ପୁଓ ଫକିର(୫୫)। ୩ ବଛର ଆଗ୍‌ରୁ ବେଣୁଧରକଁର ମାଏକିନା ଅଜନା ରୋଗ୍‌ରେ ପଡ଼ି ଆରପାରକେ ଚାଲିଯାଇଥିଲାବେଲେ ଏହେଦେ ନିଜେ ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌। ଆଗ୍‌ରୁ ବେଣୁଧର କୁଲିମଜୁରି କରି କୁଟୁମ ପୁଷୁଥିଲେ, ହେଲେ ସେ ରୋଗ୍‌ରେ ପଡ଼ଲା ଦିନୁ ପରିବାରର ବୋଝ୍‌ ଝି’ ରାହି ଉପରେ ରହିଛେ। ଆଏଜ୍‌କେ ୨୦ ବଛର ଆଗ୍‌ରୁ ରହି ବିହା ହେଇଥିଲେ। ହେଲେ କେହେନ୍‌ସି କାରନ୍‌ରୁ ତାକର ଆପନେ ତାହାକୁ ବାପ୍‌ ଘରେ ଛାଡ଼ି ଦେଇଥିଲେ। ସେଦିନ୍‌ଠାନୁ ରାହି ବାପର ଆଶ୍‌ରେ ବଁଚୁଥିଲେ। ହେଲେ ଏହେଦେ ସେ କେହେନ୍‌ସି କାରନ୍‌ରୁ ଭଏଁରି ହେଇଯାଇଛନ୍‌। ସେନ୍‌ତା ଭାଇ ଫକିର ମାଟ୍ରିକ ଫେଲ ହେଲା ଉତାରୁ ମାନସିକ୍‌ ରୋଗ୍‌ରେ ପଡ଼ିଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଚିକିସତ୍ା ଅଭାବୁ ସଭେ ନିଜର ନିଜର ଭାଏଗ୍‌କେ ଆଦ୍‌ରି ରୋଗ୍‌ ସଂଗେ ଯୁଝୁଛନ୍‌। ବେଣୁଧରକଁର ସଁପତି କହେଲେ ଝାଟି ମାଟିର କୁରିଆଟେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ। ବାକି ସବୁପରକାର ସରକାରୀ ଯୋଜନାରୁ ପରିବାରଟା ବଁଚିତ୍‌ ହେଇ ରହିଛେ। ଇ ପରିବାରର ଦୁଖ୍‌ ଦୁରଦଶା, ସରକାରୀ ସାହାଯ୍‌ ବାବ୍‌ଦେ ବିନିକା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକକୁଁ ପଚରାଲାରୁ ଯେତେ ଜଲଦି ହେବା ଇ ପରିବାରକେ ଆବାସ ଯୋଜନାରେ ସାମିଲ କରାଯିବା ଆର ବାଦ୍‌ ପଡ଼ିଥିବାର ସବୁ ସରକାରୀ ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା ବଲି କହିଥିଲେ।