ସାତ ଦିନରେ ସାତ ରଙ୍ଗର ପାଟ

ମହାପ୍ରଭୁଙ୍କ ସବୁ ପରମ୍ପରା ଭଳି ତାଙ୍କ ବସ୍ତ୍ର ସମ୍ଭାରରେ ବି ରହିଛି ସ୍ବକୀୟତା। ବିଶେଷତଃ ତାଙ୍କୁ ଲାଗି ହେଉଥିବା ବସ୍ତ୍ର ‘ଖଣ୍ଡୁଆ ପାଟ’ ଭାବରେ ପରିଚିତ। ବଡସିଂହାର ବେଶରେ ଲାଗିହୁଏ ଗୀତଗୋବିନ୍ଦ ଲେଖାଥିବା ପାଟ। ଏସବୁ ବ୍ୟତୀତ ପର୍ବପର୍ବାଣିରେ ଲାଗି ହୋଇଥାଏ କଟନ୍‌ରେ ପ୍ରସ୍ତୁତ ବସ୍ତ୍ର। ପୁଣି ମହାପ୍ରଭୁଙ୍କ ସାତ ବାରରେ ପାଟ, ରଙ୍ଗ ଓ ବସ୍ତ୍ରର ମାପ ମଧ୍ୟ ଭିନ୍ନ ହୋଇଥାଏ। ରବିବାର ନାଲି ରଙ୍ଗ, ସୋମବାର ଧଳାଛିଟ, ମଙ୍ଗଳବାର ବାରପାଟିଆ (୫ଟି ରଙ୍ଗବିଶିଷ୍ଟ), ବୁଧବାର ସବୁଜ, ଗୁରୁବାର ହଳଦିଆ, ଶୁକ୍ରବାର ଧଳାସାଦା ଓ ଶନିବାର କଳା ବା ବାଇଗଣୀ ରଙ୍ଗର ବସ୍ତ୍ର ଦିଅଁଙ୍କଠାରେ ଲାଗି ହୋଇଥାଏ।