Categories: ଜାତୀୟ

ସାତ ଦିନ ପାଇଁ ବନ୍ଦ ହେଲା ସିଲିଗୁଡି ନିୟନ୍ତ୍ରିତ ବଜାର

ସିଲିଗୁଡି,୧୫।୬: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲାର ସିଲିଗୁଡି ନିୟନ୍ତ୍ରିତ ବଜାରକୁ ଆସନ୍ତା ଏକ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି। ନିକଟରେ ଚିହ୍ନଟ କେତେଜଣ କରୋନା ରୋଗୀଙ୍କର ଏହି ବଜାର ସହ ସମ୍ପର୍କ ଥିବାରୁ ଉକ୍ତ ବଜାରକୁ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ଏବେସୁଦ୍ଧା ପଶ୍ଚିମବଙ୍ଗରେ ୧୧,୦୮୭ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି।

Share