Categories: ଖେଳ

ସାଥିୟାଁ-ଅମଲରାଜଙ୍କୁ ବ୍ରୋଞ୍ଜ

ମେଲବୋର୍ନ, ୧୩ା୭ (ପି.ଟି.)-ଭାରତୀୟ ଯୋଡ଼ି ଜି. ସାଥିୟାଁ ଓ ଆନ୍ଥୋନୀ ଅମଲରାଜ ପୁରୁଷ ଡବଲ୍ସରେ ଏକ ବ୍ରୋଞ୍ଜ ପଦକ ସହ ସେମାନଙ୍କ ଓ୍ବାଲର୍‌ଡ ଟୁର୍‌ ପ୍ଲାଟିନମ ଅଷ୍ଟ୍ରେଲିଆନ ଓପନ ଟେବୁଲ ଟେନିସ ପ୍ରତିଯୋଗିତାରେ ଅଭିଯାନ ଶେଷ କରିଛନ୍ତି। ଏହି ଯୋଡ଼ି ସେମିଫାଇନାଲରେ କୋରିଆନ ଯୋଡ଼ି ଜିଅଙ୍ଗ ୟଙ୍ଗସିକ୍‌ ଏବଂ ଲି ସାଙ୍ଗ୍‌ସୁଙ୍କଠାରୁ ୧୨-୧୪, ୯-୧୧, ୮-୧୧ରେ ହାରିଯାଇଛନ୍ତି। ଅଷ୍ଟ୍ରେଲିଆନ ଓପନରେ ଭାରତ ପାଇଁ ଏହା ପ୍ରଥମ ପଦକ ସଫଳତା। ଭାରତୀୟ ଯୋଡ଼ି ଶୁକ୍ରବାର ସକାଳେ ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଅନ୍ୟ ଏକ କୋରିଆନ ଯୋଡ଼ି ଜାଙ୍ଗ୍‌ ଉଜିନ୍‌ ଏବଂ ଲିମ୍‌ ଜଙ୍ଗ୍‌ହୁନ୍‌ଙ୍କୁ ୫-୧୧, ୧୧-୬, ୧୪-୧୨, ୧୧-୮ରେ ପରାସ୍ତ କରିଥିଲେ।

Share