ସାଥୀଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ

ନୂଆବର୍ଷ ଲାଗି ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥାଏ। ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରକାର ସଙ୍କଳ୍ପ ନେଇଥାନ୍ତି ଲୋକେ। ପ୍ରେମିଯୁଗଳ ମଧ୍ୟ ସାଥୀଙ୍କୁ ଖୁସି କରିବାକୁ ଅଥବା ବର୍ଷତମାମ ଜଣେ ଅନ୍ୟଜଣଙ୍କ ଖୁସିକୁ ପ୍ରାଧାନ୍ୟ ଦେବାକୁ ଯୋଜନାମାନ କରିଥାନ୍ତି। ହେଲେ ସମ୍ପର୍କକୁ ସୁଦୃଢ଼ କରିବା ବେଳେ ଅନେକ ବ୍ୟକ୍ତିଗତ କଥା ନଜରକୁ ଆସିଥାଏ। ଯେପରିକି ଅନେକ ସମୟରେ ପାର୍ଟନରଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡପୁରାଇବା ଫଳରେ ସମ୍ପର୍କ ଖରାପ ହେବାର ନଜର ରହିଛି। ତେଣୁ ପାର୍ଟନରଙ୍କୁ ସର୍ବଦା ତାଙ୍କର ବ୍ୟକ୍ତିଗତ ମାମଲାରେ ସମ୍ମାନ ସହ ବଞ୍ଚିବାର ଅଧିକାର ଦେଲେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି କୁହାଯାଏ। ସେଭଳି ସମ୍ପର୍କ ସୁଦୃଢ଼ ଲାଗି ଟିପ୍ସ ବିଷୟରେ ଜାଣି ରଖନ୍ତୁ।

କୌଣସି କାମଲାଗି ପାର୍ଟନରଙ୍କୁ ଜବରଦସ୍ତି କରନ୍ତୁ ନାହିଁ । ସମ୍ପର୍କ ସୁଦୃଢ଼ ଲାଗି ପାର୍ଟନରଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ ନ କରିବା ଉଚିତ। ବ୍ୟକ୍ତିଗତ ହସ୍ତକ୍ଷେପ ସମ୍ପର୍କକୁ ସୁଦୃଢ଼ କରିଥାଏ। ଅନ୍ୟପକ୍ଷେ ଭାଙ୍ଗି ବି ଦେଇପାରେ।

ଅଫିସ୍‌ରେ କ’ଣ ହେଲା। କାହା ସହ ଫୋନ୍‌ରେ କ’ଣ କଥା ହେଲ, ସାଙ୍ଗକୁ ଭେଟି କ’ଣ କଥା ହେଲ? ଏହା ବୈବାହିକ ଜୀବନର ଏକ ଅଂଶ ମାତ୍ର ଅନେକ ପ୍ରଶ୍ନ ବେଳେ ବେଳେ ସମ୍ପର୍କ ଭାଙ୍ଗିବାର ଆଶଙ୍କା ସୃଷ୍ଟି କରିଥାଏ।

ଅନେକ ସମୟରେ ଆପଣଙ୍କ ଏହିଭଳି କିଛି ପ୍ରଶ୍ନ ତାଙ୍କୁ ବ୍ୟଥିତ କରିଥାଏ । ଯାହା ସମ୍ପର୍କକୁ ଭାଙ୍ଗି ଦେଇଥାଏ।

ତେଣୁ ପାର୍ଟନରଙ୍କ ବ୍ୟକ୍ତିଗତ କିଛି ମାମଲାରୁ ଦୂରେଇ ରହିଲେ ସମ୍ପର୍କ ସୃଦୃଢ଼ ହୋଇଥାଏ ।