Categories: ଖେଳ

ସାଥୀ ଖେଳାଳିଙ୍କ ସ୍ତ୍ରୀଙ୍କୁ ପ୍ରେମ କରି ବିବାହ କରିଥିଲେ ଏହିସବୁ କ୍ରିକେଟର୍‌

କୁହାଯାଏ, ପ୍ରେମ ମାନେନା ବନ୍ଧବାଡ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା କହିବା ମୁସ୍କିଲ୍‌। କ୍ରିକେଟର୍‌ମାନଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। କିଛି ଖେଳାଳି ସାଥୀ ଖେଳାଳିଙ୍କ ସ୍ତ୍ରୀଙ୍କୁ ମନ ଦେଇ ବସିିଛନ୍ତି। ପ୍ରଥମେ ବିବାଦ ଦେଖାଦେଇଥିଲେ ମଧ୍ୟ ଶେଷରେ ତାଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ସମ୍ପର୍କରେ…
ମୁର୍‌ଲୀ ବିଜୟ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ମୁର୍‌ଲୀ ବିଜୟ ସାଥୀ ଖେଳାଳି ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ନିକିତାଙ୍କ ପ୍ରେମରେ ପଡିଥିଲେ। ଏନେଇ ବହୁ ବାଦବିବାଦ ମଧ୍ୟ ଦେଖାଯାଇଥିଲା। ଉଭୟ ପଡିଆରେ ଏକାଠି ଖେଳୁଥିଲେ ମଧ୍ୟ କଥାବାର୍ତ୍ତା ହେଉ ନ ଥିଲେ। ନିକିତା ଓ ମୁର୍‌ଲୀଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା, ସେମାନେ ଜାଣି ପାରି ନ ଥିଲେ। ପରେ ଦିନେଶ ଓ ନିକିତାଙ୍କ ଛାଡପତ୍ର ହୋଇଥିଲା ଓ ମୁର୍‌ଲୀ ଓ ନିକିତା ବିବାହ କରିଥିଲେ। ଯେଉଁ ସମୟରେ ନିକିତା ଓ ମୁର୍‌ଲୀଙ୍କ ବିବାହ ହୋଇଥିଲା, ସେହି ସମୟରେ ନିକିତା ଗର୍ଭବତୀ ଥିଲେ। ସେ ଦିନେଶ କାର୍ତ୍ତିକଙ୍କ ପିଲାର ମା’ ହେବା ପାଇଁ ଯାଉଥିଲେ। ବିବାହ ପରେ ମୁର୍‌ଲୀ ବିଜୟ ଉଭୟ ନିକିତା ଓ କାର୍ତ୍ତିକଙ୍କ ପିଲାକୁ ଆପଣାଇ ନେଇଥିଲେ।

ଉପୁଲ ଥରଙ୍ଗା
ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ସାଥୀ ଖେଳାଳି ତିଲକରତ୍ନେ ଦିଲସାନଙ୍କ ସ୍ତ୍ରୀ ନିଲାଙ୍କା ବିଦାଜେଙ୍କ ସହ ବିବାହ କରିଛନ୍ତି। ଦିଲସାନଙ୍କୁ ବିବାହ ପରେ ନିଲାଙ୍କା ଓ ଉପୁଲଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ହୋଇଥିଲା। ଦିଲସାନ ଏବିଷୟରେ ଜାଣିବା ପରେ ନିଲାକାଙ୍କୁ ଛାଡପତ୍ର ଦେଇଥିଲେ। ପରେ ଉପୁଲ ଓ ନିଲାଙ୍କା ବିବାହ କରିଥିଲେ।

Share